ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ..!

add-all

ଆଠଗଡ଼: ଆଖୁ ଖାଇବାକୁ ଆସି ବିଦ୍ୟୁତ୍ ତାର ଜାଲ ଭିତରେ ଫସିଲା ଗଜରାଜ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି। ଆଜି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜୋଙ୍ଗଲ ନିକଟ ସାଉରିଆ ଗାଁ ନିକଟରୁ ଏହି ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ୍ ଆଘାତରୁ ଦନ୍ତାର ମୃତ୍ୟୁ ହୋଇଥିବା ଆଠଗଡ ଡିଏଫ୍‌ଓ ଯଜ୍ଞଦତ୍ତ ପତି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ସାଉରିଆ ଗାଁ ନିକଟ ଏକ ଆଖୁ ବିଲକୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଛି। ମୃତ ଦନ୍ତାର ଶୁଣ୍ଢରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଜୀବନ ବଞ୍ଚାଇବା ନିମନ୍ତେ ହାତୀଟି ବହୁତ ଚେଷ୍ଟା କରିଛି। ଆଖୁ କିଆରିକୁ ଲାଗିଥିବା ଧାନ ବିଲରେ ତାର ପାଦ ଚିହ୍ନ ଦେଖିବାକୁ ମିଳିଛି। ହେଲେ ବିଦ୍ୟୁତ୍ ଆଘାତ ସହି ନ ପାରି ଧାନ ବିଲରେ ପଡ଼ି ତାର ମୃତ୍ୟୁ ହୋଇଯାଇଛି।

ବିଲରେ ବିଦ୍ୟୁତ୍ ତାର ଜାଲ ବିଛାଇଥିବା ଚାଷୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି। ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ କହିଛନ୍ତି, ମୃତ ଦନ୍ତାର ବୟସ ପାଖାପାଖି ୧୫ରୁ ୨୦ ବର୍ଷ ହେବ। ଏହି ଘଟଣାର ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.