ସାନ ଭଉଣୀ ସାମ୍ନାରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ…

add-all

ରାୟଗଡ଼ା: ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଏପରି ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ବାପା ପେଶାରେ ଜଣେ ଡ୍ରାଇଭର। ସବୁଦିନ ପରି ଗତ ୧୧ ତାରିଖରେ ଗାଡ଼ି ଲାଇବା ପାଇଁ ଗୁମୁଡ଼ା ଯାଇଥିଲେ। ଆଉ ତାଙ୍କ ସ୍ତ୍ରୀ ମେଡ଼ିକାଲ୍‌ ଯାଇଥିଲେ। ଘରେ ୧୬ ଓ ୧୨ ବର୍ଷର ଦୁଇ ଝିଅ ଥିଲେ। ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ସାନ ଝିଅକୁ ଗୋଟିଏ ଘରେ ପୂରାଇ ଖିଡ଼ିକି ବନ୍ଦ କରିଦେଇଥିଲେ। ପରେ ୧୬ ବର୍ଷୀୟା ବଡ଼ ଝିଅକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ।

ବାପା-ମାଆ ଘରକୁ ଫେରି ଦୁଇ ଝିଅଙ୍କୁ ଖୋଜିଥିଲେ। ମାତ୍ର ସେମାନଙ୍କ ପତ୍ତା ପାଇନଥିଲେ। ଖୋଜାଖୋଜି ପରେ ଘର ଭିତରୁ ସାନ ଝିଅର ପାଟି ଶୁଭିଥିଲା। କବାଟ ଖୋଲିବା ପରେ ସାନ ଝିଅ ସବୁ କଥା କହିଥିଲେ। ଏହା ପରେ ପୀଡ଼ିତାଙ୍କ ବାପା ଏନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି ପୁଲିସ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅପହରଣ ହୋଇଥିବା ନାବାଳିକାଙ୍କୁ ପୁଲିସ୍‌ ଉଦ୍ଧାର କରିପାରି ନାହିଁ।

ad-week
Leave A Reply

Your email address will not be published.