ଦୋହଲିଲା ଧର୍ମଶାଳା, ଲୋକେ ଭୟଭୀତ…

ଡେରାଡୁନ: ଦୋହଲିଲା ଧର୍ମଶାଳା। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମଶାଳାରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଭୟଭୀତ କରାଇଛି। ଆଜି ସକାଳ ୫.୧୭ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି।
ହିମାଚଳ ପ୍ରଦେଶର ପୂର୍ବ ଧର୍ମଶାଳାରୁ ୨୨ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦଭୂତ ହୋଇଥିବା ବୈଜ୍ଞନିକମାନେ କହିଛନ୍ତି। ତେବେ ଏଥିରେ କାହାର ମୃତାହତ ହୋଇନାହିଁ। କ’ଣ କ୍ଷୟକ୍ଷତି ଘଟିଛି ସେ ନେଇ ସୂଚନା ମଧ୍ୟ ନାହିଁ।
ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ପଶ୍ଚିମ ଅଂଶଟି ଭୂମିକମ୍ପର ପଞ୍ଚମ ଜୋନ୍‌ରେ ଆସୁଛି। ଏ ଅଞ୍ଚଳରେ ଭୂମିକମ୍ପ ହେବା ଆଶଙ୍କା ଅଧିକ ରହିଛି। ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିଟର୍ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।
ସେହିପରି, ଜାନୁଆରି ୮ ତାରିଖ ରାତି ପ୍ରାୟ ୧୧.୧୨ରେ ଜମ୍ମୁ ଓ କଶ୍ମୀରର କିସ୍ତୱାଡାଠାରୁ ପ୍ରାୟ ୧୦ କିଲୋମିଟର୍ ଦୂରରେ ମଧ୍ୟ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ‌ହୋଇଥିଲା।

ad-week
Leave A Reply

Your email address will not be published.