ମକର ସଂକ୍ରାନ୍ତି: ଗଙ୍ଗା ସାଗରରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ…

add-all

କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି।
କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ହଜାର ପୁତ୍ର ମୃତ୍ୟୁ ବରଣ କରି ଥିଲେ। ତେବେ ପୁତ୍ରମାନଙ୍କ ଅଭିଶାପରୁ ମୁକ୍ତ କରିବା ପାଇଁ ଭୋଗୀରଥ ସ୍ୱର୍ଗରୁ ପୃଥିବୀକୁ ଗଙ୍ଗା ଆଣି ଥିଲେ। ଏହି ସ୍ଥାନରେ ଗଙ୍ଗା ଓ ସାଗର ମିଳନ ହେତୁ ଏହାକୁ ଗଙ୍ଗା ସାଗର କୁହାଯାଏ।

ଏହି ସ୍ଥାନ ରେ କପିଳ ମୁନିଙ୍କ ଆଶ୍ରମ ଥିବା କିମ୍ବଦନ୍ତୀରୁ ଜଣା ଯାଇଥାଏ। ପୌଷ ମାସ ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ଶ୍ରାଦ୍ଧଳୁଙ୍କୁ ପୁଣ୍ୟ ମିଳିଥାଏ। ସେଥିପାଇଁ ଗଙ୍ଗା ସାଗରରେ ଭାରତ ତଥା ଭାରତ ବାହାରୁ ଲକ୍ଷଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି। ଏଥିହସ ବାବା କପିଳ ମୁନିଙ୍କ ଦର୍ଶନ ମଧ୍ୟ କରିଥାନ୍ତି।

ad-week
Leave A Reply

Your email address will not be published.