ହଂସରାଜ କଲେଜ ପିଲାଙ୍କୁ ଆମିଷ ମନା…

add-all

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଲାଗୁ ହୋଇଥିବା ନିୟମ ସମ୍ପର୍କରେ ଅବଗତ କରାଇଛନ୍ତି। ହଂସରାଜ କଲେଜର କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ପିଲାମାନେ ନନ୍‌ ଭେଜ ବା ଆମିଷ ଖାଇବାକୁ ପାଇବେ ନାହିଁ। ମହାମାରୀ କରୋନା ପୂର୍ବରୁ ଏଠାରେ ଉଭୟ ଭେଜ ଓ ନନ ଭେଜ ଖାଦ୍ୟ ପିଲାମାନଙ୍କୁ ଦିଆଯାଉଥିଲା। କିନ୍ତୁ ଏବେ ଅଫଲାଇନରେ କ୍ଲାସ ଆରମ୍ଭ ହୋଇଛି। ପିଲାମାନେ ମଧ୍ୟ ହଷ୍ଟେଲକୁ ଫେରିଛନ୍ତି। କିନ୍ତୁ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ପିଲାମାନେ ଆମିଷ ଖାଇପାରିବେ ନାହିଁ ବୋଲି କୁହାଯାଇଛି।
କଲେଜର ପ୍ରିନ୍ସିପାଲ ପ୍ରଫେସର ରାମ କହିଛନ୍ତି, “କଲେଜ ପକ୍ଷରୁ ୩ରୁ ୪ ବର୍ଷ ହେଲା ନନ୍ ଭେଜ ଖାଦ୍ୟ ବନ୍ଦ କରାଯାଇଛି। ଏହି ନିଷ୍ପିତ୍ତି ପିଲାମାନଙ୍କ ମତ ଅନୁସାରେ ନିଆଯାଇଛି। ମୁଁ ଜାଣିନି ପ୍ରକୃତରେ କେବେ ଠାରୁ ନନ ଭେଜ ଖାଦ୍ୟ ଏଠାରେ ପରସିବା ବନ୍ଦ ହେଲାଣି।
କିନ୍ତୁ କମିଟି ନିଷ୍ପତ୍ତି ନେବା ପୂର୍ବରୁ ପିଲାମାନଙ୍କ ସହ କଥା ହୋଇଥିଲା। ଏହାପରେ ନନ ଭେଜ୍‌ ଖାଦ୍ୟ ପରସିବା ବନ୍ଦ ହୋଇଛି। ଏବେ ଏଠାରେ ଥିବା ଶିକ୍ଷାର୍ଥୀମାନେ ମଧ୍ୟ ଏହି ନିଷ୍ପତ୍ତିର ସହ ଏକମତ ହେବା ଅତ୍ୟନ୍ତ ଜରୁରୀ।”
ଗତବର୍ଷ ଜେଏନୟୁରେ ଆମିଷ ଖାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ରାମ ନବମୀରେ କିଛି ଶିକ୍ଷାର୍ଥୀ ଆମିଷ ଖାଉଥିବାରୁ ଏହାକୁ ବିରୋଧ କରି ଏବିଭିପିର ଛାତ୍ରମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏପରି କି ଏବିଭିପି ଛାତ୍ରମାନେ ମେସ୍‌ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କାବେରୀ ହଷ୍ଟେଲରେ ଏପରି ଘଟଣା ଘଟିଥିଲା।

ad-week
Leave A Reply

Your email address will not be published.