ନିଯୁକ୍ତି ନାଁରେ ଠକେଇ କରୁଥିବା ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ

add-all

ଭୁବନେଶ୍ବର: ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ଅର୍ପିତ ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପେଶାରେ ଆଇଟି ଇଞ୍ଜିନିୟର ଥିବା ଅର୍ପିତ ଭାରତର ସବୁଠାରୁ ବଡ଼ ସଂଗଠିତ ଠକେଇ ସଂସ୍ଥାର ଅନ୍ୟତମ ଅଭିଯୁକ୍ତି। ପ୍ରତି ରାଜ୍ୟରେ ଥିବା ଠକ ଏଜେଣ୍ଟଙ୍କ ଜରିଆରେ ନିଯୁକ୍ତି ନାଁରେ ବହୁ ଯୁବକଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛି।

ପ୍ରାୟ ୫୦ହଜାରରୁ ଅଧିକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଅର୍ପିତ ଉତ୍ତର ପ୍ରଦେଶର ଆଲିଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଫେକ ୱେବସାଇଟ ତିଆରି କରି କମ୍ପ୍ୟୁଟରରୁ ଏହାକୁ ଅପରେଟ କରୁଥିଲା। ଏମାନଙ୍କ ମଧ୍ୟରୁ କେବଳ ଓଡିଶାରୁ ୧୨ହଜାର ଯୁବକଯୁବତୀଙ୍କୁ ଚାକିରି ଦେବା ନାଁରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଇଓଡ୍‌ବଲ୍ୟୁ ଜାଣିବାକୁ ପାଇଥିଲା।

ad-week
Leave A Reply

Your email address will not be published.