“ମାଲ୍ୟାବନ୍ତ ୨୦୨୨” ର ମହକରେ ଝୁମିଲେ ମାଲକାନଗିରିବାସୀ

add-all

ମାଲକାନଗିରି : ମାଲକାନଗିରି ପ୍ରତିବର୍ଷ ଭଳି ଜିଲ୍ଲାର ଗଣପର୍ବ ୨୦୨୨ ମାଲ୍ୟବନ୍ତ ମହୋତ୍ସବ ର ଆଜି ଶୁଭାରମ୍ଭ ହୋଇଛି । ସକାଳ ୯ ଘଟିକା ସମୟରେ ଜଗନ୍ନାଥଙ୍କ ପାଖରେ ଜିଲ୍ଲାପାଳ ବିଶାଲ ସିଂ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇ କଳସ ସୋଭାଯାତ୍ରାକୁ ଉଦଘାଟିତ କରିଥିଲେ । ଏହି ଅବସରର ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦର ମୂଖ୍ୟ ଆଡଭାଇଜର ପ୍ରଦିପ ମାଝି, ଅତିରିକ୍ତ ଜିଲ୍ଲାପାଳ ମହେଶ ନାୟକ, ଜିଲ୍ଲାପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ରତ୍ନାକର ସାହୁ, ମାଲକାନଗିରି ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଆଡ଼ମା ରାବା, ମାଲକାନଗିରି ପୈରାଧକ୍ଷ ମନୋଜ ବାରିକ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝି, ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ,ଜିଲ୍ଲା ସ୍ଥରୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।
ପାରମ୍ପରିକ ନୃତ୍ୟ ବାଦ୍ୟ, ଡିଜେ, ଘଣ୍ଟଶୋଭାଯାତ୍ରା, ଶଙ୍ଖବାଦ୍ୟ,ଘୋଡାନାଚ ର ମହାପଟୁଆର ରେ ଜଗନ୍ନାଥ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ଦୁର୍ଗାଗୁଡି ସାହି ଠାରୁ ସୁବାଷ ବୋସ ଛକ, ଡି ଏନ୍ କେ ଛକ ଦେଇ ମାଲ୍ୟବନ୍ତ ମଣ୍ଡପରେ କଳସ ସ୍ଥାପନ କରାଯାଇଛି । ଆଜି ସଂଧ୍ୟାରେ ପ୍ରଦର୍ଶନି ଓ ପଲ୍ଲୀଶ୍ରୀ ମେଳାକୁ ମାନ୍ୟବର ମନ୍ତ୍ରୀ ଇସ୍ପାତ ଖଣି ଓ ପୂତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲ୍ଲିକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଓଡିଶୀ ନୃତ୍ୟ, ବଣ୍ଡାନୃତ୍ୟ, କୋୟା ନୃତ୍ୟ, ରଣପା,ବିହୁନୃତ୍ୟ,ଲୋକନୃତ୍ୟ, ଭଳି ଅନେକ ସାସ୍କୃତିକ ଦଳ ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ । ଅଧିକ ଜନସମାଗମକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ad-week
Leave A Reply

Your email address will not be published.