ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା…

add-all

ଯାଜପୁର: ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ବେଳେ ଏହା ଦେଖିବାକୁ ମିଳିଛି। ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବାହାରି ଯାଉଥିବା ସମୟରେ କବାଟବନ୍ଧ ଅଞ୍ଚଳର ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳଙ୍କୁ କିଛି ସମୟ ପାଇଁ ଘେରି ରଖିଥିଲେ।

କବାଟବନ୍ଧ ଅଞ୍ଚଳର ଜନୈକ ବ୍ୟାଙ୍କମିତ୍ରଙ୍କ ସହଯୋଗରେ ମହାଲକ୍ଷ୍ମୀ ଏସଏଚଜି ୨୦୨୧ ଫେବୃଆରୀ ମାସରେ ୪ଲକ୍ଷ ଟଙ୍କା ଋଣ ଆଣିଥିଲେ। ପରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସୁଝିଥିଲେ । ଏନେଇ ବ୍ୟାଙ୍କ ମିତ୍ର ଜଣକ କିଛି ମହିଳା ସଦସ୍ୟାଙ୍କୁ ଅର୍ଥ ପଇଠର ରସିଦ ଦେଇଥିବା ବେଳେ ଆଉ କେତେକଙ୍କୁ ହାତ ଲେଖା ଦେଇଥିଲେ। କିନ୍ତୁୁ ପରେ ଟଙ୍କା ଡିପୋଜିଟ ହୋଇନଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ପରେ ସଂପୃକ୍ତ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରାଯାଇଥିଲା। ଏବେ ଋଣ କରିଥିବା ମହାଲକ୍ଷ୍ମୀ ଏସଏଚଜି ସଦସ୍ୟାଙ୍କୁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ କରାଯାଉଛି। ଟଙ୍କା ହଡପ ପରେ ସେମାନେ କିପରି ଏହାକୁ ସୁଝିବେ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ତଦନ୍ତ ଚାଲିଛି। ଯେଉଁମାନଙ୍କ ପାଖରେ ଟଙ୍କା ପଇଠର ରସିଦ ଅଛି ସେମାନଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ad-week
Leave A Reply

Your email address will not be published.