ବୁଲା କୁକୁରକୁ ଖାଇବାକୁ ଦେଉଥିଲେ ଯୁବତୀ, ମାଡ଼ି ଗଲା କାର୍‌…

add-all

ଚଣ୍ଡିଗଡ଼: ପୁଣି ଗୋଟିଏ ହିଟ୍‌ ଆଣ୍ଡ ରନ ମାମଲା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଜଣେ ଯୁବତୀ ରାସ୍ତା କଡ଼ରେ ଗୋଟିଏ ବୁଲା କୁକୁରକୁ ଖାଇବାକୁ ଦେଉଥିବା ବେଳେ ଘଟିଛି ଅଘଟଣ। ୨୫ ବର୍ଷୀୟ ଯୁବତୀ ଜଣଙ୍କ କୁକୁରକୁ ଖାଇବାକୁ ଦେଉଥିବା ବେଳେ ହଠାତ୍‌ ଗୋଟିଏ ଦ୍ରୁତଗାମୀ କାର୍‌ ତାଙ୍କ ଉପରେ ମାଡ଼ି ଯାଇଛି। ଚଣ୍ଡିଗଡ଼ରେ ଘଟିଥିବା ଏହି ଲୋମହର୍ଷକାରୀ ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ଆହତ ହୋଇଥିବା ଯୁବତୀ ଜଣଙ୍କ ହେଲେ ତେଜସ୍ୱିତା। ଘଟଣାରେ ସେ ଗୁରୁରତର ଆହତ ହୋଇଛନ୍ତି। ତାଙ୍କୁ ଜିଏମଏସ୍‌ଏଚ୍‌-୧୬ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡର ଉଭୟ ପାର୍ଶ୍ୱରେ ଏକାଧିକ କ୍ଷତଚିହ୍ନ ରହିଥିବାରୁ ଡାକ୍ତରମାନେ ଏହା ଷ୍ଟିଚ୍‌ କରିଛନ୍ତି। ଏବେ ଯୁବତୀ ଜଣଙ୍କ ହୋଶରେ ଅଛନ୍ତି ଓ କଥାବାର୍ତ୍ତା କରୁଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ତେଜସ୍ୱିତାଙ୍କ ବାପା ଓଜସ୍ୱି କୌଶଲ ହିଁ ଘଟଣା ବେଳର ସିସିଟିଭିକୁ ହାସଲ କରି ୬୧ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ଆର୍କିଟେକରେ ଡିଗ୍ରୀ ହାସଲ କରିଥିବା ବେଳେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିଲେ। ସେ ପ୍ରତିଦିନ କୁକୁରକୁ ଖାଇବାକୁ ଦିଅନ୍ତି ବୋଲି କୌଶଲ କହିଛନ୍ତି।

ସାମ୍ନାକୁ ଆସିଥିବା ସିସିଟିଭିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ କାର୍‌ ଚାଳକ ଜଣଙ୍କ ବେଶ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ। ଗାଡ଼ି ଧକ୍କା ହେବାରୁ ଯୁବତୀ ଜଣଙ୍କ କିଛି ବାଟ ଛିଟିକି ପଡ଼ିଥିବା ବେଳେ କୁକୁରଟି ଘଟଣାସ୍ଥଳରୁ ଭୟରେ ପଳାଇଥିଲା।

ad-week
Leave A Reply

Your email address will not be published.