ପୋଖରୀ ହୁଡ଼ାରୁ ଶିଶୁକନ୍ୟା ଉଦ୍ଧାର…

add-all

ମୋହନା: କେତେବେଳେ ଡାକ୍ତରଖାନା ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ଆଜି ସକାଳେ ଗାଁର କିଛି ମହିଳା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ଏକ ଟି ଶାର୍ଟ ଘୋଡ଼ାଇ କେହି ଶିଶୁକନ୍ୟାଟିକୁ ପୋଖରୀ ହୁଡ଼ାରେ ଛାଡ଼ି ପଳାଇଥିଲେ।

ଗାଁର ସସ୍ମିତା ନାୟକ ଶିଶୁକନ୍ୟାଟିକୁ ତାଙ୍କ ଘରେ ରଖିଛନ୍ତି। ଶିଶୁକନ୍ୟାଟି ୨ ଦିନର ହେବ ବୋଲି କୁହାଯାଉଛି। ଘଟଣା ସଂପର୍କରେ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି। ତେବେ ଖବର ଲେଖାଯିବା ବେଳକୁ ଚାଇଲ୍ଡ ଲାଇନ୍‌ର ସଦସ୍ୟମାନେ ଗାଁରେ ପହଞ୍ଚି ନଥିଲେ। ଶିଶୁ କନ୍ୟାକୁ ରଖିଥିବା ସସ୍ମିତା ନାୟକ କହିଛନ୍ତି, ମୋର ଛୁଆପିଲା ନାହାନ୍ତି। ଛୁଆଟିକୁ ମୋ ପାଖରେ ରଖିଛି।

ad-week
Leave A Reply

Your email address will not be published.