କୋରାପୁଟ: କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଶିବଲିଙ୍ଗପୁରମ ଠାରେ ଲାଇନ୍‌ଚ୍ୟୁତ…

add-all

କୋରାପୁଟ: ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଆସୁଥିବା ବେଳେ କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି।

ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନ୍‌ଟିର ୬ନମ୍ବର ବଗିର ୨ଟି ଚକା ଟ୍ରାକ୍‌ରୁ ବାହାରି ଯାଇଥିଲା। ହେଲେ ଅନ୍ୟ ବଗିମାନଙ୍କରେ କିଛି ହୋଇନଥିଲା।  ଟ୍ରେନ୍‌ ଲାଇନଚ୍ୟୁତ ହେବା ଯୋଗୁ ଯାତ୍ରୀମାନଙ୍କର ମଧ୍ୟ କିଛି କ୍ଷୟକ୍ଷତି ହୋଇ ନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୌଭାଗ୍ୟ ବଶଃତ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମା଼ନେ ବଞ୍ଚି ଯାଇଥିଲେ।

ଖବର ପାଇ ଡିଆରଏମ୍‌, ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।  ପାସେଞ୍ଜର ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯିବାର ବ୍ୟବସ୍ଥା କରାଯାଇଛି।  ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ ସେହି ଟ୍ରାକ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜଣେ ଯାତ୍ରୀ କହିଛନ୍ତି,  ହଠାତ୍ ବଡ଼ ଶବ୍ଦ ହୋଇଥିଲା। ପରେ ଟ୍ରେନଟି ଅଟକି ଯାଇଥିଲା। ଆମେ ଭୟଭୀତ ହୋଇପଡ଼ିଥିଲୁ।

ad-week
Leave A Reply

Your email address will not be published.