ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

add-all

କିବ୍: ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି।
ସ୍ଥାନୀୟ ପୁଲିସର ମୁଖ୍ୟ ଇଗୋର କ୍ଲେମେଙ୍କୋ କହିଛନ୍ତି ଯେ, ଘଟଣାଟି ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ଘଟିଛି। ବର୍ତ୍ତମାନ ସମୁଦାୟ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ଶିଶୁ ଓ କିଛି କର୍ମଚାରୀ ରହିଛନ୍ତି। ବ୍ରୋବେରୀ, କିବ୍ ସହରର ଉତ୍ତର-ପୂର୍ବ ଦିଗର ପ୍ରାୟ ୨୦କିଲୋମିଟର ଦୂରରେ ଅବସ୍ଥିତ। ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଷ ଏବଂ ୟୁକ୍ରେନ ସୈନ୍ୟବାହିନୀ, ବ୍ରୋବେରୀକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼ିଥିଲେ।
ତେ‌ବେ ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ରୁଷ ଓ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ପାଇଁ ହେଲା କି ରୁଷର ଆକ୍ରମଣ ପାଇଁ ହେଲା, ତାହା ସ୍ପଷ୍ଟ ହୋଇନାହିଁ।

ad-week
Leave A Reply

Your email address will not be published.