ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…

add-all

ନୂଆଦିଲ୍ଲୀ: ଇସ୍ତଫା ଦେବାକୁ ଘୋଷଣା କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ। ଆସନ୍ତା ମାସରେ ସେ ଇସ୍ତଫା ଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। 

ଲେବର୍ ପାର୍ଟିର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଯାଇଛି। ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ। ଅକ୍ଟୋବର ୧୪ ତାରିଖରେ ସାଧାରଣ ନିର୍ବାଚନ କରାଯିବ।

୨୦୧୭ରେ ମେଣ୍ଟ ସରକାରରରେ ଆର୍ଡର୍ଣ୍ଣ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ସେ କେନ୍ଦ୍ର ବାମପନ୍ଥୀ ଲେବର ପାର୍ଟିର ନେତୃତ୍ୱ ନେଇ ତିନି ବର୍ଷ ପରେ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଏବଂ ବ୍ୟକ୍ତିଗତ ଲୋକପ୍ରିୟତା ହ୍ରାସ ପାଇଛି।

ଆର୍ଡର୍ଣ୍ଣଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୭ ତାରିଖରେ ଶେଷ ହେବ। କିନ୍ତୁ, ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ସେ ଜଣେ ସାଂସଦ ଭାବେ କାର୍ଯ୍ୟ ଅବ୍ୟାହତ ରଖିବେ ବୋଲି ଆର୍ଡର୍ଣ୍ଣ କହିଛନ୍ତି।

ଆର୍ଡର୍ଣ୍ଣ ଆହୁରି ମଧ୍ୟ କହିଛନ୍ତି, ଆଉ ବର୍ଷେ ନୁହେଁ, ଆଉ ଗୋଟିଏ ପାଳି ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉପାୟ ବାହାର କରିବାକୁ ଚଳିତ ଗ୍ରୀଷ୍ମକାଳରେ ମୁଁ ଆଶା କରିଥିଲି। କିନ୍ତୁ, ତାହା କରିବାରେ ଅସମର୍ଥ ହେଲି। ମୋ ଇସ୍ତଫା ଦେବା ନିଷ୍ପତ୍ତିରେ କୌଣସି ଗୁପ୍ତ ରହସ୍ୟ ନାହିଁ। ମୁଁ ଜଣେ ମଣିଷ। ଯେ ପର୍ଯ୍ୟନ୍ତ ପାରିଲି ଏବଂ ଯାହା ପାରିଲି ତାହା କଲି। ଏବେ ମୋର ଇସ୍ତଫା ଦେବାର ବେଳ ଆସିଛି। ମୋର ବିଶ୍ୱାସ ଆମେ ଆଗାମୀ ନିର୍ବାଚନରେ ବିଜୟୀ ହେବୁ ବୋଲି ସେ କହିଛନ୍ତି।

ରବିବାର ଦିନ ପରବର୍ତ୍ତୀ ‘ଲେବର୍‌’ ନେତା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେପଟେ ପରବର୍ତ୍ତୀ ‘ଲେବର୍‌’ ନେତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନ୍ୟୁଜିଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ଗ୍ରାଣ୍ଟ୍ ରବର୍ଟସନ୍ କହିଛନ୍ତି।

ad-week
Leave A Reply

Your email address will not be published.