ଗୁଜରାଟ ଦଙ୍ଗାକୁ ନେଇ ମୋଦିଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରୀ, ଆପତ୍ତି ଉଠାଇଲା କେନ୍ଦ୍ର..

add-all

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ତିଆରି କରିଥିବା ଗୋଟିଏ ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର। ବିବିସିର ଉକ୍ତ ସିରିଜ୍‌କୁ ଅପପ୍ରଚାରର ଗୋଟିଏ ଅଂଶ ଓ ଏହା ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, “ଉକ୍ତ ଡକୁମେଣ୍ଟାରୀକୁ ପ୍ରସ୍ତୁତ କରିଥିବା ଏଜେନ୍ସିରର ଅସଲ ଉଦ୍ଦେଶ୍ୟ ଏହାକୁ ଦେଖିଲେ ଜଣାପଡ଼ୁଛି। ଏହା ଅପପ୍ରଚାରର ଗୋଟିଏ ଅଂଶ। ଏଥିରେ ପକ୍ଷପାତିତା ହୋଇଛି। ଉପନିବେଶବାଦର ମାନସିକତା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏହା ପଛରେ ଥିବା ଏଜେଣ୍ଡା ସମ୍ପର୍କରେ ଆମେ ଜାଣିନାହୁଁ। କିନ୍ତୁ ଏହା ପଛରେ କିଛି ନିର୍ଦ୍ଦିଷ୍ଟ ଏଜେଣ୍ଡା ରହିଛି। ଆମେ ଏପରି ଫିଲ୍ମକୁ କେବେ ହେଲେ ପ୍ରଶଂସା କରିପାରିବୁ ନାହିଁ।”

ଗୁଜରାଟ ଦଙ୍ଗା ବେଳେ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ନେଇ ଉଠିଥିବା ପ୍ରଶ୍ନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଦୁଇଟି ଭାଗରେ ବିବିସି ସିରିଜ ପ୍ରସ୍ତୁତ କରିଥିଲା। ଏହାର ନାଁ “India: The Modi Question” ରଖାଯାଇଥିଲା। ଏହାକୁ ନେଇ ଭାରତ ସରକାର ଓ ଆଉ କିଛି ଲୋକ ଆପତ୍ତି ଉଠାଇଛନ୍ତି।

ସିରିଜ୍‌ରେ କୁହାଯାଇଥିଲା ଯେ “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ମୁସଲିମ ସଂଖ୍ୟାଲଘୁଙ୍କ ମଧ୍ୟରେ ଥିବା ଟେନସନକୁ ଥରେ ଦେଖନ୍ତୁ। ୨୦୦୨ ଦଙ୍ଗାରେ ତାଙ୍କ ଭୂମିକା ତଦନ୍ତରୁ ଜଣାପଡ଼ିଥିଲା। ଏହି ଦଙ୍ଗାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।” ଏହାପରେ ବିବିସି ପୂରା ଘଟଣାକୁ ନେଇ ସିରିଜ୍‌ ପ୍ରସ୍ତୁତ କରିଥିଲା।

ad-week
Leave A Reply

Your email address will not be published.