ନାଗପୁରର ବିବାଦୀୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦରବାରରେ ବିଜେପି ନେତା ଓ ଅଭିନେତା…

add-all

ନାଗପୁର: ନାଗପୁରର ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଚମତ୍କାର ନାମରେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ବାବାଙ୍କ ଉପରେ ଏହି ଅଭିଯୋଗ ହୋଇଥିବା ପରେ ବି ତାଙ୍କ ପାଖରେ ବଡ଼ ବଡ଼ ନେତା ଓ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଛି। ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁରରେ ବାବାଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଗଡ଼କରୀ କେବଳ ମଞ୍ଚକୁ ଯାଇ ନଥିଲେ, ବରଂ ବାବାଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ ବି କରିଥିଲେ। ଏହାଛଡ଼ା ସେ ବାବାଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ।
ବାବା ବାଗେଶ୍ୱରଙ୍କ ଧାମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ମଧ୍ୟ ଅଛନ୍ତି। ଏଣେ ମଧ୍ୟପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ନାମ ମଧ୍ୟ ବାବାଙ୍କ ନିକଟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ବାବାଙ୍କ ସହ ନରୋତ୍ତମ ମିଶ୍ରଙ୍କ ଏକ ଭିଡିଓ ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା।
ଅପରପକ୍ଷରେ ଯେଉଁମାନେ ବାବାଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ ଟିଭି ଅଭିନେତା ଅରୁଣ ଗୋଭିଲ ମଧ୍ୟ ଅଛନ୍ତି। ରାମାନନ୍ଦ ସାଗରଙ୍କ ରାମାୟଣରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ‌ଗୋଭିଲ ମଧ୍ୟ ବାଗେଶ୍ୱର ଧାମକୁ ଯାଇଛନ୍ତି।

ad-week
Leave A Reply

Your email address will not be published.