ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ

add-all

ଭୁବନେଶ୍ୱର: ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ସ୍କୁଲ ଛାତ୍ରାଛାତ୍ରୀ ଭାଗ ନେବେ। ଦୁଇ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ କୌଣସି କରୋନା କଟକଣା ଲାଗୁ ହେବନି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଆସନ୍ତା ୨୨ରୁ ୨୪ ଯାଏ ଅଭ୍ୟାସ ପରେଡ୍‌ ଚାଲିବ। ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ସକାଳେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡିବ। ସେ ଦିନ ସକାଳ ସାଢେ ୬ଟାରୁ ଉତ୍ସବ ସରିବା ଯାଏ ଗାନ୍ଧୀ ମାର୍ଗ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ପ୍ରାୟ ଅଢେଇ ଘଣ୍ଟା ଯାଏ ଉତ୍ସବ ଚାଲିବ। କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରିଥିବା ବେଳେ ଟ୍ରାଫିକ୍‌ ରୁଟ୍‌ ଧାର୍ଯ୍ୟ କରାଯାଇଛି। ଜନପଥରୁ କୌଣସି ଗାଡ଼ିକୁ ମହାତ୍ମାଗାନ୍ଧୀ ମାର୍ଗ ଆଡକୁ ଛଡ଼ା ଯିବନି। ଗାନ୍ଧୀମାର୍ଗ ସଲଂଗ୍ନ ସମସ୍ତ ଗଳି ରାସ୍ତାରେ ଯାନବାହାନ ପଶିପାରିବନି। ଉତ୍ସବ ଦେଖିବା ପାଇଁ କେବଳ ପଥଚାରୀମାନଙ୍କୁ ଏହି ମାର୍ଗରେ ଯିବାକୁ ଅନୁମତି ମିଳିବ।

ad-week
Leave A Reply

Your email address will not be published.