ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ…

add-all

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଧରାପଡ଼ିଛି ଦ୍ୱିତୀୟ ଅଭିଯୁକ୍ତ। ତା’ ନାଁ ବୁଲୁ ନାୟକ। ତାକୁ କଟକ ଜିଲ୍ଲା ବାଙ୍କୀ ପଦନପୁରରୁ ଗିରଫ କରିଛି ଜିଆର୍‌ପି। ପୂର୍ବରୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ମଧ୍ୟ ପଦନପୁରରୁ ଗିରଫ କରାଯାଇଥିଲା।

ଅଭିଯୁକ୍ତ ବୁଲୁ ନାୟକ ମଧ୍ୟ ଏକ ମାଛ ଦୋକାନରେ କାମ କରୁଥିଲା। ଏହି ଘଟଣା ପରଠୁ ସେ ଫେରାର ହୋଇଯାଇଥିଲା। ସେ ତା’ ମୋବାଇଲ ସୁଇଚ୍‌ ଅଫ୍ କରି ନନ୍ଦନକାନନ ଓ ଚନ୍ଦକା ଆଦି ଅଞ୍ଚଳରେ ଲୁଚି ରହିଥିଲା। ରାଜ୍ୟ ବାହାରକୁ ଫେରାର ହୋଇଯିବାକୁ ସେ ଯୋଜନା କରିଥିଲା। ସେଥିପାଇଁ ସେ ଘର ଲୋକଙ୍କ ସହିତ ଯୋଗାଯୋଗ କରି ପଇସାପତ୍ର ଯୋଗାଡ଼ କରୁଥିଲା। ତେବେ ସେ ପଦନପୁରରେ ଥିବା ନେଇ ଜିଆର୍‌ପି କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା ଓ ବୁଲୁ ନାୟକକୁ ଗିରଫ କରିଥିଲା।

ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପଟିଆ ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଏହି ଘଟଣାକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅଭିଯୋଗ ଆଣି ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଉପରେ ଅଣ୍ଡାମାଡ଼ କରାଯାଇଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଏହାସହିତ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ad-week
Leave A Reply

Your email address will not be published.