ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚଞ୍ଚକତା ସଂପର୍କରେ ଲୋକଙ୍କୁ ବୁଝାଯିବ: ଗୋଲକ ମହାପାତ୍ର

add-all

ଭୁବନେଶ୍ୱର: ରାଜଧାନୀରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହାଇଜାକ୍ କରୁଛନ୍ତି। ଏନେଇ ଲୋକଙ୍କୁ ବୁଝାଯିବ। ରାଜ୍ୟ ସରକାରଙ୍କ ବିରୋଧରେ ରାଜନୈତିକ ଲଢେଇ ହେବ।

ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚଞ୍ଚକତା ସଂପର୍କରେ ଲୋକଙ୍କୁ ମଧ୍ୟ ଅବଗତ କରାଯିବ। ଆଜିର ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ତିନି କେନ୍ଦ୍ର ମନ୍ତ୍ରୀ, ସମସ୍ତ ସାଂସଦ ଓ ବିଧାୟକମାନେ ଯୋଗଦେ‌ଇଛନ୍ତି।

ad-week
Leave A Reply

Your email address will not be published.