ଆଜି ନେତାଜୀଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ…

add-all

କଟକ: ଦେଶ ପାଳନ କରୁଛି ସ୍ୱାଧୀନତା ସଂଗ୍ରାମର ମହାନାୟକ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କଟକ ଓଡିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଜାନକୀନାଥ ଭବନ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ ପରିସର।

ଚଳିତବର୍ଷ ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ବିଷୟକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଏହା ସହ ସଂଗ୍ରହାଳୟର ବଗିଚା ଭଳିକି ଭଳି ରଙ୍ଗୀନ ଫୁଲରେ ଭରି ରହିଛି। ପ୍ରସ୍ତୁତିକୁ ଦେଖି ଖୁସି ଅଛନ୍ତି ଜନ୍ମସ୍ଥାନ-ସଂଗ୍ରହାଳୟ ବୁଲିବାକୁ ଆସୁଥିବା ନେତାଜୀ ପ୍ରେମୀ। କଟକ ଓଡ଼ିଆ ବଜାରରେ ଜନ୍ମ ନେଇଥିଲେ ଭାରତ ଇତିହାସର ଅନ୍ୟତମ ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ସେ ଓଡିଆଙ୍କ ପାଇଁ ଗର୍ବ ଆଉ ଗୌରବ। ଯାହାଙ୍କ ପାଇଁ କଟକ ସହରକୁ ଚିହ୍ନେ ସାରା ପୃଥିବୀ। ଆଜି କଟକ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.