ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି, ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ୍…

add-all

ଭୁବନେଶ୍ୱର  : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ପରେଡ୍ ରିହର୍ସଲ୍। କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ୫୦ କଣ୍ଟିଜେଣ୍ଟ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ , କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ୍, ସିଭିଲିଆନ ଙ୍କୁ ମିଶାଇ ମୋଟ ୫୦ରୁ ଅଧିକ ଟ୍ରୁପ୍ ଅଂଶ ଗ୍ରହଣ କରିଛନ୍ତି। ଡେୟାରଡେଭିଲ୍ ସୋ ସହ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ମଧ୍ୟ କରାଯିବ। ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ , ବାଘ ନାଚ, ଘୋଡା ନାଚ ଆଦି ପ୍ରଦର୍ଶନ କରାଯିବ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା। ଗାନ୍ଧୀ ମାର୍ଗରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ଅଫିସର ନିୟୋଜିତ ହେବେ। ଚଳିତ ବର୍ଷ ପରେଡ଼ କମାଣ୍ଡିଂ କରିବେ କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ୟାରେଡ କମାଣ୍ଡିଂ କରିବା ପାଇଁ ଉପରିସ୍ଥ ଅଧିକାରୀ ମାନେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ୟସପ୍ରତାପ।

ଆନ୍ଧ୍ରପ୍ରଦେଶର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଗୋଟିଏ କଣ୍ଟିଜେଣ୍ଟ ଯୋଗଦେବ। ସେହିପରି ଆନ୍ଧ୍ରରୁ ମଧ୍ୟ ଗୋଟିଏ କଣ୍ଟିଜେଣ୍ଟ ଓଡ଼ିଶାରେ ପରେଡ୍ ପ୍ରଦର୍ଶନ କରିବେ। ଉଭୟ ରାଜ୍ୟ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନା ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ad-week
Leave A Reply

Your email address will not be published.