ଏକ କୋଟି ନୁହେଁ, ୧୦ ଲକ୍ଷ ଟଙ୍କାର ସୁନା କଳସ ଶନି ମନ୍ଦିରକୁ ଦାନ କରିଛି : ନବ ଦାସ..

add-all

ସମ୍ବଲପୁର : ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଥରିଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ତେବେ, ଏହି ସୁନାକଳସର ଦାମ ଏକ କୋଟି ଟଙ୍କା ନୁହେଁ, ୧୦ ଲକ୍ଷ ଟଙ୍କା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୋମବାର ଦିନ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାଠାରେ ଆୟୋଜିତ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଭାରତ ବର୍ଷର ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ପୀଠ‌ ହେଉଛି ଶନି ଦେବତାଙ୍କ ପୀଠ। ଲକ୍ଷ ଲକ୍ଷ ଲୋକ ତାଙ୍କର ଭକ୍ତ। ଛୋଟ ଗାଁଠାରୁ ଭାରତର ବହୁତ ବଡ଼ ବଡ଼ ଲୋକ ପର୍ଯ୍ୟନ୍ତ ଶନିଦେବତାଙ୍କ ଶରଣାପନ୍ନ ହୁଅନ୍ତି। ସେ ବି ଶନିବାର ପବିତ୍ର ତ୍ରି‌ବେଣୀ ଅମାବାସ୍ୟା ଦିନ ଶନିଦେବଙ୍କ ମନ୍ଦିରକୁ ଯାଇଥିଲେ। ଶନିଦେବଙ୍କ ଶରଣାପନ୍ନ ହୋଇଥିଲେ। ସେଠାରେ ସୋରିଷ ତେଲ ରଖିବା ପାଇଁ ଗଡ଼ୁ(କଳସ) ଦିଆଯାଇଥାଏ। ସେଠାରେ କମ୍ବଳ ବଣ୍ଟାଦିଆଯାଏ। ଲୋକଙ୍କୁ ଖାଇବାକୁ ଦିଆଯାଏ। ସେ ବି ସୋରିଷ ତେଲ ରଖିବା ନିମନ୍ତେ ଏକ ଗଡ଼ୁ ପାଇଁ ୧୦ ଲକ୍ଷ ଟଙ୍କା ଅର୍ପଣ କରିଥିଲେ। ଯେଉଁମାନେ ଅଯଥା ପ୍ରେସ୍‌ରେ ଖବର ପରିବେଷଣ କରୁଛନ୍ତି, ସେମାନେ ହିନ୍ଦୁ ଧର୍ମକୁ ଜଗନ୍ତୁ। ଶନିଦେବ ହେଉଛନ୍ତି ହିନ୍ଦୁଧର୍ମର ନିଷ୍ଠାର ନ୍ୟାୟମୂର୍ତ୍ତି। ତ୍ରିବେଣୀ ଅମାବାସ୍ୟା ଦିନ ସେ ଓଡ଼ିଶାବାସୀ ଖୁସିରେ ରହିବା ଏବଂ ବିଶେଷକରି ଝାରସୁଗୁଡ଼ାବାସୀ ଖୁସିରେ ରଖିବା ନିମନ୍ତେ ଶନିଦେବଙ୍କଠାରେ ପ୍ରାର୍ଥନା କରିଛନ୍ତି। ଓଡ଼ିଶାର ଆହୁରି ଉନ୍ନତି ସହିତ ବ୍ୟତୀତ ଲୋକଙ୍କର ସେବା କରିବା ପାଇଁ ତାଙ୍କୁ ଅଧିକ ଶକ୍ତି ପ୍ରଦାନ କରିବାକୁ ବି ସେ ଶନିଦେବଙ୍କୁ ମାଗିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଦିନ ଜଣେ ଓଡ଼ିଆ ଭକ୍ତ ୭୦୦ ଗ୍ରାମ ସୁନା ଓ ୫ କେଜି ରୁପାର ଏ କଳସ ପ୍ରଦାନ କରିଥିବା ଜାତୀୟ ଗଣମାଧ୍ୟମ‌ରେ ପ୍ରକାଶ ପାଇଥିଲା। ଏହି କଳସର ମୂଲ୍ୟ ଏକ କୋଟି ଟଙ୍କା ହୋଇଥିବା ଏବଂ ମନ୍ଦିରରୁ ଏକ ପର୍ଯ୍ୟନ୍ତ ମିଳିଥିବା ଦାନ ମଧ୍ୟରୁ ଏହା ହେଉଛି ସର୍ବାଧିକ ବୋଲି ଉକ୍ତ ଖବରରେ ଉଲ୍ଲେଖ ରହିଥିଲା।

ad-week
Leave A Reply

Your email address will not be published.