ଜନପଥରେ ଲାଗିଥିବା ବାଉଁଶ ବାଡ ଭିତରକୁ ପଶିଗଲା ‘ଶ୍ରୀରାଧା ମାଧବ’ ବସ୍…

add-all

ଭୁବନେଶ୍ୱର : ମହର୍ଷି କଲେଜ ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ ଦୁର୍ଘଟଣା। ଜନପଥରେ ଲାଗିଥିବା ବାଉଁଶ ବାଡ ଭିତକୁ ପଶିଗଲା ଘରୋଇ ବସ ଶ୍ରୀରାଧା ମାଧବ। ତେବେ ଦୁର୍ଘଟଣାରେ ବସ୍ ଚାଳକ ଓ ହେଲପର୍ ଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ବସ୍ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ମେଡିକାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ସମୟରେ ବସ୍ ଭିତରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଦୁର୍ଘଟଣା ଏଡାଇ ହୋଇଯାଇଛି। ଘଟଣାସ୍ଥଳରେ ଶହୀଦ ନଗର ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବ ସହ ଜବତ ପଥରେ ଗାଡ଼ି ଚଳାଚଳକୁ ସ୍ବାଭିକ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.