ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ, ୧୦ ହଜାର ଜବତ…

add-all

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ଯାଞ୍ଚ କରୁଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। କଥା ମୁତାବକ ଆଜି ସକାଳେ ଡ଼.ଶୁଭାଶିଷଙ୍କ ନିକଟରୁ କାର୍ଯ୍ଯାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡି ବସିଥିଲା। ଭିଜିଲାନ୍ସ ର ଟିମ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ଯାଳୟ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକ କାଳୀନ ଚଢ଼ାଉ କରାଯାଉଛି।

ad-week
Leave A Reply

Your email address will not be published.