ମହାନଦୀକୁ ଡ଼େଇଁ ଯୁବତୀ ମୃତ…

Independence

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ  ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ କଟକ ସହର ଭିତରେ ଥିବା ହରିଣ ପାର୍କ ନିକଟ ଦେଇ ପ୍ରବାହିତ ମହାନଦୀକୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ମହିଳା ଜଣକ ଡେଇଁପଡ଼ିଥିଲେ। ପାଣିକୁ ଡେଇଁ ଥିବା ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ହିଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଯୁବତୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ସେ କେଉଁ କାରଣକୁ କେନ୍ଦ୍ରକରି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି, ତାହା ଅସ୍ପଷ୍ଟ ରହିଛି। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଯୁବତୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.