ସାହିତ୍ୟିକ ହୁସେନ୍ ରବି ଗାନ୍ଧୀଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଭେଟେରାନ ନେତା ତଥା ଲେଖକ ହୁସେନ୍ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଗାନ୍ଧୀ ଦୀର୍ଘ ଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ ସହ ଜଡିତ ଜଣେ ଭେଟେରାନ ନେତା ଥିଲେ। ବିଜୁ ଜନତା ଦଳକୁ ମଜବୁତ କରିବାରେ ସେ ବିପୁଳ ଅବଦାନ ଦେଇଛନ୍ତି । ଏହାସହ ବିଜୁ ବାବୁ ଏବଂ ବିଜେଡିର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଛନ୍ତି ସ୍ୱର୍ଗତ ଗାନ୍ଧୀ।

ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ ଏବଂ ଓଡିଆ ସାହିତ୍ୟ ପାଇଁ ସେ ବହୁତ ଅବଦାନ ଦେଇଥିଲେ ବୋଲି ସିଏମ୍ କହିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ। ବିଦାୟପ୍ରାପ୍ତ ଆତ୍ମାର ଶାନ୍ତି ଏବଂ ସଦଗତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ଏବଂ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ad-week
Leave A Reply

Your email address will not be published.