ଜିନ୍ଦଲନଗରରେ ହେବ ମଲ୍ଟି ସ୍ପେସାଲିଟି ଡାକ୍ତରଖାନା…

add-all

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍‌ ଉଦ୍ୟୋଗର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ୍‌ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଭୂମିପୂଜା ଅନୁଷ୍ଠିତ ହୋଇଛି। ଜିନ୍ଦଲନଗର ଦେବଭୂମି ଠାରେ ହେବାକୁ ଥିବା ଏହି ଅତ୍ୟାଧୁନିକ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ୍‌ର ଭୂମିପୂଜା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସ୍‌ପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କରିଥିଲେ।
ଏହି ଅବସରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ନବୀନ ଜିନ୍ଦଲ କହିଥିଲେ ଯେ, ମାନବ ବିକାଶ ସୂଚିକାର ଉନ୍ନତି ନିମନ୍ତେ ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ପ୍ରଚେଷ୍ଟା ଚାଲିବ। ଜେଏସ୍‌ପି ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ ଯେ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ୍‌ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିରେ ଭେଷଜ, ସର୍ଜରି, ଶିଶୁବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ, ନେଫ୍ରୋଲୋଜି, ଦାନ୍ତ ଓ ଅନ୍ୟାନ୍ୟ ବିଭାଗ ରହିବ। ଆସନ୍ତା ୧୮ ମାସ ମଧ୍ୟରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ୧୭ଟି ଚିକିତ୍ସା ବିଭାଗରେ ସେବା ଯୋଗାଇଦେବ। ଏହି ସମାରୋହରେ ଜେଏସ୍‌ପି ସିଇଓ ଦିନେଶ କୁମାର ସରୋଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.