ଘରକୁ ଗଲେ ପୁଅ ବୋହୂ ମାରୁଛନ୍ତି, ଏମିତି ଅଭିଯୋଗ ଆଣି ଥାନାରେ ବୃଦ୍ଧଙ୍କ ଧାରଣା…

add-all

କାକଟପୁର: ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେଇପାରୁନି ସେହି ଜନ୍ମକଲା ପୁଅ। ସାମାନ୍ଯ ସ୍ବାର୍ଥ ପାଇଁ ପାଲଟି ଯାଉଛି ପଶୁ। ବାପା ଯେ ତାକୁ ଦିନେ ଜନ୍ମ ଦେଇ ପାଳିପୋଷି ମଣିଷ କରିଥିଲା ସେକଥା ଭୁଲିଗଲା ପୁଅ। ଏମିତି ଗୋଟିଏ ଘଟଣା ଘଟିଛି କାକଟପୁରରେ ।

ମୋର ଭତ୍ତା ଟଙ୍କା ବୋହୁ ନେଇଯାଉଛି , ଭଲକରି ଖାଇବାକୁ ଦେଉନାହାନ୍ତି। ତରକାରୀରେ ପାଣି ମିସାଇ ଦେଉଛନ୍ତି । ଏହିଭଳି ଅଭିଯୋଗ ଆଣି ଦୁଇଦିନ ହେବ ଅସ୍ତରଙ୍ଗ ଥାନାକୁ ଆସି ଧାରଣାରେ ବସି ରହିଥିଲେ ଏହି ବୃଦ୍ଧ ଜଣକ। କେତେବେଳେ ପୋଲିସ ବାବୁଙ୍କୁ ନିଜର ପିଲାମାନଙ୍କ କଥା କହୁଛନ୍ତି ତ ଆଉ କେତେବେଳେ ଥାନା ବାରଣ୍ଡାରେ ଗାମୁଛା ପାରି ଶୋଇଯାଉଛନ୍ତି। ନିଜେ ଜନ୍ମ କରିଥିବା ପୁଅ ବୁଢାକାଳେ ସହାୟ ହେବ ବୋଲି ଆଶା କରିଥିଲେ ବୃଦ୍ଧ। ହେଲେ ଘରକୁ ଗଲେ ପୁଅ ବୋହୁ ମାରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଅଭିଯୋଗ ପରେ ବୃଦ୍ଧଙ୍କୁ ବୁଝାସୁଝା କରି ପୋଲିସ୍ ଘରେ ଛାଡିଥିବା ଜଣାପଡିଛି। ଏହାସହିତ ବୃଦ୍ଧ ବାପାକୁ ଅବହେଳା ନକରି ସୁଚାରୁରୂପେ ତାଙ୍କ ଦାୟିତ୍ବ ନେବାକୁ ପୁଅ ବୋହୁଙ୍କୁ ଚେତାଇ ଦେଇଛି ପୋଲିସ୍।

ସତ କହିବାକୁ ଗଲେ ପିତାମାତା ମାନେ କେତେ ଖୁସି ହୋଇଥାନ୍ତି ପୁଅ ଟିଏ ହେଲେ। କାହିଁକି ନା ବୃଦ୍ଧ ସମୟରେ ସେମାନେ ଆଶାବାଡି ଭଳି ସହାୟ ହେବେ। କିନ୍ତୁ ଆଜିର ସ୍ଵାର୍ଥପର ସମାଜରେ ବୃଦ୍ଧ ପିତା ମାତା ପିଲାମାନଙ୍କ ଉପରେ ବୋଝ ହୋଇଯାଉଛନ୍ତି। ଆମ ସମାଜରେ ବାପା ମାଆଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । କିନ୍ତୁ ଆଜିକାଲି ବୃଦ୍ଧ ବାପା ମାଙ୍କୁ ନିର୍ଯାତନା ଦେବା, ଘରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ?

ad-week
Leave A Reply

Your email address will not be published.