୩ ଦିନ ପରେ ପୁଣି ବଢ଼ିବ ଶୀତ…

add-all

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ଟିକେ କମିଛି । ଦିନର ତାପମାତ୍ରା ମଧ୍ୟ ବଢ଼ିଛି । ରାତିରେ ବିଶେଷ ଶୀତ ଅନୁଭବ ହେଉନାହିଁ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବାକୁ ଥିବା ବେଳେ ପରେ ଟିକେ ଶୀତ ବଢ଼ିବ । ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ଟିକେ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତାକାଲି (ସୋମବାର) ରାତିରୁ ଓଡ଼ିଶାରେ ପାଗ ମେଘୁଆ ରହିବା ଯୋଗୁଁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଉପକୂଳ ଓଡ଼ିଶାରେ ମଙ୍ଗଳବାର ଦିନ ଆଂଶିକ ମେଘୁଆ ପାଗ ହେତୁ ରାତିର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ପାରଦ ସ୍ତର ପୁଣି କମିବା ସହ ଥଣ୍ଡା ବଢ଼ିବ।

ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ ହେବ। ସୋମବାର ରାତିରେ ଆଭ୍ୟନ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ତା’ ପର ୨ ଦିନ (ମଙ୍ଗଳବାର ଓ ବୁଧବାର ରାତି)ରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି କମିବାର ସମ୍ଭାବନା ରହିଛି। ଗୁରୁବାରଠାରୁ ତାପମାତ୍ରା ବଢ଼ିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ଥଣ୍ଡା ରହିବ ବୋଲି କୁହାଯାଇଛି ।

ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଙ୍ଗଳବାର ରାତିରେ ଆଂଶିକ ମେଘୁଆ ପାଗ ହେତୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ି ତା’ ପର ଦୁଇ ଦିନ ଭିତରେ ୩ରୁ ୪ ଡିଗ୍ରି କମିପାରେ। ୪ ତାରିଖଠାରୁ ପୁଣି କ୍ରମଶଃ ଥଣ୍ଡା କମିବ।

ad-week
Leave A Reply

Your email address will not be published.