ଭିତରକନିକାରୁ ୨ ଶିକାରୀ ଗିରଫ…

add-all

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ୨ ଶିକାରୀ ଗିରଫ। ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ନେତୃତ୍ଵରେ ଚଢାଉ କରିଥିଲେ। ଚଢାଉ ବେଳେ ୫ଟି ପକ୍ଷୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ବିଷାକ୍ତ ଖାଦ୍ୟ ଦେଇ ବିଦେଶୀ ପକ୍ଷୀ ଶିକାର କରୁଥିବା ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇଥିଲେ। ଏହା ପରେ ବିଭାଗୀୟ ଅଧିକାରୀଙ୍କ ନେତୃତ୍ଵରେ ଚଢାଉ କରିଥିଲେ। ଚଢାଉ ବେଳେ ୫ଟି ପକ୍ଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ସହିତ ରାଧିକା ମାଇତି ନାମକ ଜଣେ ମହିଳାଙ୍କୁ ବନବିଭାଗ ଗିରଫ କରିଛି। ତେବେ ଅନ୍ୟ ୨ ଜଣ ମୃତ ପକ୍ଷୀଙ୍କୁ ଫୋପାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

ସେହିପରି ଅଜଗର ପାଟିଆ ଗାଁର ମୁକ୍ତି ପଦ ଦାସଙ୍କ ଘରେ ଚଢାଉ କରି ବନ ବିଭାଗ ଦୁଇଟି ପକ୍ଷୀ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ସେହି ଅଞ୍ଚଳରୁ ବନ ବିଭାଗ ଲେଶର ହୁଇସିଲିଂ ଡକ୍ ପ୍ରଜାତିର ୧୦ ପକ୍ଷୀ ଓ ରୁଡି ସେଲ ଡକ୍ ୪ ଟି ପକ୍ଷୀ ଜବତ କରିଛି କ୍ଷ ଏଠାରେ ଶିକାରୀମାନେ ଧାନରେ ବିଷ ମିଶାଇ ବିଭିନ୍ନ ଜଙ୍ଗଲିଆ ସ୍ଥାନରେ ପକାଇ ପକ୍ଷୀ ଶିକାର କରୁଥିବା ଜଣାପଡ଼ିଛି କ୍ଷ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।

ad-week
Leave A Reply

Your email address will not be published.