ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇଙ୍କ ଘରେ ତାଲା

add-all

ବ୍ରହ୍ମପୁର:  ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଘରେ ତାଲା। ଗତକାଲି ରାତିରୁ ତାଙ୍କ ପରିବାରଲୋକ ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ଘଟଣା ପରେ ଏବେ ତାଙ୍କ ଘରେ ତାଲା ଝୁଲୁଛି। ଗତକାଲି ରାତିରେ ସୁନ୍ଦରଗଡ଼ ରିଜର୍ଭ ପୋଲିସରେ ଗୋପାଳ ଦାସଙ୍କୁ ପଚରାଉଚରା କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଚରା କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ରଜରାଜନଗର ଗସ୍ତ ପାଇଁ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ୧୨/୧୩ ବର୍ଷ ହେବ ସେ ଝାରସୁଗୁଡ଼ାରେ କାର୍ଯ୍ୟରତ ଥିଲେ। ଏବେ ସେ ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ଥିଲେ । ମାନସିକ ରୋଗ ପାଇଁ ଚିକିତ୍ସାଧୀନ ଥିଲେ ଗୋପାଳକୃଷ୍ଣ ଦାସ। ହଠାତ ଏଭଳି କାଣ୍ଡ କାହିଁକି କଲେ ପରିବାର ଲୋକ କିଛି ବୁଝି ପାରୁନାହାନ୍ତି ।

ad-week
Leave A Reply

Your email address will not be published.