ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଛାତ୍ରଙ୍କ ଆତ୍ମହତ୍ୟା…

add-all

ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲା ଚିତ୍ତରଞ୍ଜନ ଥାନା ଅଞ୍ଚଳର ସୌରଭ ଦେ (୧୯)। ସେ ଏଠାରେ ଜିଏନ୍‌ଏମ୍‌ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସୋମବାର ଏହି ଘଟଣା ଘଟିଥିବାବେଳେ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମଙ୍ଗଳବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ (ନଂ.୨୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ ରୁମ୍‌ରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ସୌରଭ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମିକା ଜଣକ ଧୋକା ଦେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ପ୍ରାଥମିକ ତଦନ୍ତରୁ ପ୍ରେମ ପାଇଁ ସୌରଭ ଆତ୍ମହତ୍ୟା କରିଥିବା ଜଣାପଡୁଛି। ତେବେ ଅଧିକ ପ୍ରମାଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।

ଅନୁଯାୟୀ, ସୌରଭ ହଷ୍ଟେଲର କ୍ୟାମ୍ପସ ୨ରେ ରହୁଥିଲେ। କିଛି ମାସ ହେବ ଉକ୍ତ କଲେଜର ଜଣେ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ହେଲେ ଗତ କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହିଥିଲା। ପ୍ରେମିକା ଜଣକ ସୌରଭଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ଫଳରେ ସୌରଭ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସୋମବାର ରାତି ପ୍ରାୟ ୧୦ଟାରେ ସୌରଭଙ୍କ ରୁମ୍‌ ବନ୍ଦ ଥିବାରୁ ସହପାଠୀଙ୍କ ମନରେ ସନ୍ଦେହ ହୋଇଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ସୌରଭ ଫ୍ୟାନରେ ଝୁଲୁଥିବା ସାଙ୍ଗମାନେ ଦେଖିବା ପରେ ଥାନାକୁ ଖବର ଦେଇଥିଲେ।

ad-week
Leave A Reply

Your email address will not be published.