ଡିଲ ବେଳେ ବାଘଛାଲ ଜବତ, ୮ଜଣ ଗିରଫ…

add-all

ବାରିପଦା: ପୁଣି ଏକ ବାଘଛାଲ ଜବତ କରିଛି ପୁଲିସ। ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର କତରା ଠାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘ ଛାଲ ଡିଲ୍‌ ବେଳେ ଜବତ ହୋଇଛି।

ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍‌ ନେଇ ପୁଲିସ ବିଭାଗ ଖବର ଥିଲା। ଢ଼ାବାରେ ବୁଧବାର ଏକ କଲରାପତାରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୁଲିସ ଟିମ ଛପି ରହିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଉକ୍ତ ସ୍ଥାନରୁ ବାଘ ଛାଲ ଡିଲ୍‌ ଚାଲି ଥିବା ବେଳେ ମାଡିବସିଥିଲା। କଲରାପତରିଆ ବାଘ ଚମଡା ଡିଲ ବେଳେ ଜବତ ସହ ୮ ଜଣକୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ତେବେ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ad-week
Leave A Reply

Your email address will not be published.