କେନ୍ଦ୍ର ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ…

add-all

ଭୁବନେଶ୍ବର: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ବଜେଟ୍ ଉପସ୍ଥାପିତ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟ୍ କିଛି ଆଶା କିଛି ନିରାଶା ମଧ୍ୟ ରହିଛି।
ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ବଜେଟରେ କ୍ୟାପିଟାଲ ଇନ୍ଭେଷ୍ଟ ବୃଦ୍ଧି, ପାନୀୟ ଜଳ, ଗ୍ରାମ୍ୟ ଗୃହ ନିର୍ମାଣ ବୃଦ୍ଧିକୁ ସ୍ବାଗତ କରୁଛି। ଓଡ଼ିଶାର ମିଲେଟ୍ ମିଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଉଛି। କେନ୍ଦ୍ର ସରକାର ମିଲେଟ୍କୁ ବଜେଟରେ ସ୍ଥାନ ଦେଇଥିବାରୁ ମୁଁ ଖୁସି ଅନୁଭବ କରୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ ଟେକ୍ନୋଲୋଜିକୁ ଫୋକସ କରାଯାଇଥିବାରୁ ଏହା ଏକ ସ୍ବାଗତ ପଦକ୍ଷେପ ନିଆଯାଇଛି। ସେହିପରି ବିପଦ ସଂକୁଳ ଜନଜାତି ବର୍ଗକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି।

ଅନ୍ୟପଟରେ ମନରେଗା ପାଣ୍ଠି ହ୍ରାସ କରାଯାଇଛି। ଏହା ଦ୍ବାରା ଗରିବ ଲୋକ ପ୍ରଭାବିତ ହେବେ। ସେହିପରି ଖାଦ୍ୟ ସୁରକ୍ଷା ବଜେଟ୍ ହ୍ରାସ କରାଯାଇଛି। ଗତ ଥର ବଜେଟ୍ରେ ୨ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଥିଲା ବେଳେ ଏଥର ୧.୩୭ ଲକ୍ଷ କୋଟି ରଖାଯାଇଛି। ଏହା ଦ୍ବାରା ଗରିବ ଓ ଚାଷୀ ପ୍ରଭାବିତ ହେବେ।
ମୁଖ୍ୟମନ୍ତ୍ରୀ ପ୍ରୋକ୍ୟୁରମେଣ୍ଟ ବଜେଟ୍ ୬୦ ହଜାର କୋଟିକୁ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଏହା ୮୦ ହଜାର କୋଟି ଥିଲା। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଚାଷୀ ଶସ୍ୟ ବିକିବା ସମୟରେ ସର୍ବନିମ୍ନ ସମର୍ଥନ ପାଇବାରେ ସମସ୍ୟାର ସମ୍ମୁଖୀନ ହେବେ। ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅନୁଦାନ ବୃଦ୍ଧି କରାଯାଇନାହିଁ। ଆୟୁଷ୍ମାନ ଭାରତ ପାଇଁ ୭୨୦୦ କୋଟି ରଖାଯାଇଛି। କିନ୍ତୁ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ପ୍ରାୟ ୬ ହଜାର କୋଟି ବ୍ୟୟ କରୁଛି। ମୁଁ ଆଶା ରଖିବି ଯେ ଓଡିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରିବେ ।

ad-week
Leave A Reply

Your email address will not be published.