ସ୍ୱର୍ଗୀୟ ପିତାଙ୍କ ଲାଇସେନ୍ସ ବନ୍ଧୁକକୁ ପୋଲିସ ନିକଟରେ ଜମାକରି ପିତୃଇଚ୍ଛା ପୂରଣ କଲେ ପୁଅ ଶରତ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜୟୀପୁରୀୟା ଗୁଡା ରେ ବାସକରୁଥିବା ଶ୍ରୀ ଗୋପୀନାଥ ପଟ୍ଟନାୟକ ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନିଜ ଜୀବନ ସୁରକ୍ଷା ନିମନ୍ତେ ୨୦୦୨ରେ ଏକ ୧୨ବୋରର ଲାଇସେନ୍ସ ଯୁକ୍ତ ବନ୍ଧୁକ ନିଜ ପାଖରେ ରଖିଥିଲେ କିନ୍ତୁ କର୍କଟ ରୋଗରେ ପୀଡିତ ହେବା ଯୋଗୁଁ ତାଙ୍କର ନିକଟ ଅତୀତରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଦିନିକୁ ଦିନ ମାଓବାଦୀଙ୍କ ପତନ ଓ ଜିଲ୍ଲା ରେ ଶାନ୍ତି ଫେରି ଆସିବା ପରେ ସ୍ୱର୍ଗତ ଗୋପୀନାଥ ଉକ୍ତ ବନ୍ଧୁକ କୁ ଜିଲ୍ଲା ଆରଖି ଅଧୀକ୍ଷ ନିକଟରେ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପିତାଙ୍କ ଅପୁରଣୀୟ ଇଛାକୁ ତାଙ୍କ ପୁତ୍ର ଶରତ ପଟ୍ଟନାୟକ ପୂରଣ କରିବାକୁ ଯାଇ ଉକ୍ତ ଲାଇସେନ୍ସ ବନ୍ଧୁକ ସହ ମାଲକାନଗିରି ଏସପିଙ୍କୁ ସାକ୍ଷତ କରିବା ପରେ ମାଲକାନଗିରି ଆଦର୍ଶ ଥାନାର ଥାନା ଅଧିକାରୀଙ୍କୁ ଏକ ଦରଖାସ୍ତ ଲେଖି ଜଣାଇବା ପରେ ଏସଆଇ ଶ୍ରୀ ପ୍ରଶାନ୍ତ ସାବତଙ୍କ ନିକଟରେ ୧୨ବୋର ବନ୍ଧୁକ ସହ ୮ଟି ଗୁଳି ଜମା କରିଥିଲେ l ନିଜ ବାପାଙ୍କ ବନ୍ଧୁକକୁ ନ ରଖି ପୋଲିସ ନିକଟରେ ଗୁଳି ସହ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଜମା କରିଥିବାରୁ ମାଲକାନଗିରି ଏସପି ନୀତେଶ ୱାଧୱାନୀ ଜାଣିବା ପରେ ଶ୍ରୀ ଶରତ ପଟ୍ଟନାୟକଙ୍କୁ ବହୁତ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ad-week
Leave A Reply

Your email address will not be published.