ସ୍ବାତୀ ସଭା ଗୃହରେ ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧ ଗଡ଼ ପଞ୍ଚାୟତ ଶ୍ୱେଚ୍ଛା ସେବୀ ଅନୁଷ୍ଠାନ ସ୍ଵାତୀ ସଭା ଗୃହ ରେ ୩ ଦିନ ଧରି ଚାଲିଥିବା ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି l ଏହି କାର୍ଯ୍ୟକ୍ରମକୁ ସ୍ଵାତୀ ଓ ଜିଲ୍ଲା ପରିଷଦ କନ୍ଧମାଳ ଙ୍କ ମିଳିତ ସହଯୋଗ ରେ ଚାଲିଥିଲା l ଗତ ୩୦ ଜାନୁଆରୀ ଠାରୁ ଆଜି ୦୧ ତାରିଖରେ ଶେଷ ହୋଇଛି l ଫୁଲବାଣୀ ବ୍ଲକ ର ୩ ଟି ପଞ୍ଚାୟତ ରୁ ୪୩ ରୁ ଉର୍ଦ୍ଧ୍ବ ସଭ୍ୟ ସଭ୍ୟା ମାନେ ତାଲିମ ଗ୍ରହଣ କରିଥିଲେ l ଉଦଯାପନୀ ଅବସରରେ ସ୍ଵାତୀ ଅନୁଷ୍ଠାନ ର ସମ୍ପାଦକ ଇଞ୍ଜିନିୟର ହରି ଶଙ୍କର ରାଉତ ଯୋଗ ଦେଇ ସଚେତନତା ବାର୍ତ୍ତା ସହ ତାଲିମ ଶିବିର ର ମୂଳ ଲକ୍ଷ ଉଦ୍ଧେଶ୍ୟ ବିଷୟରେ ଆଲୋଚନା କରିବା ସହ ଆଲୋଚନା ପର୍ଯ୍ୟାଲୋଚନା ହୋଇ ଥିଲା ଶେଷରେ ତାଲିମ ଶିବିର ରେ ଯୋଗ ଦେଇ ଥିବା ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ସ୍ୱେଛା ସେବୀ ଅନୁଷ୍ଠାନ ତରଫରୁ ମାନ ପତ୍ର ପ୍ରଦାନ କରାଯାଇ ଶିବିର କୁ ସମାପ୍ତ କରା ଯାଇଥିଲା l ଶିବିରକୁ ବିଶ୍ଵ ରଞ୍ଜନ କର ପରି ଚାଳନା କରିଥିବା ବେଳେ ସ୍ଵାତୀ ଅନୁଷ୍ଠାନ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.