ବ୍ରାହ୍ମଣୀଗାଁ ଥାନା ଅଞ୍ଚରେ ବେଆଇନ ଦେଶୀ ମଦ ଚଢ଼ାଉ…

add-all

ଦାରିଙ୍ଗବାଡି :, ୦୧/୦୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ୱାବଧାନରେ ବେଆଇନ ଦେଶୀ ମଦରନ୍ଧା ଓ ବିକ୍ରୀ ଉପରେ ଚଢ଼ାଉ ବଳବତ୍ତର ରହିଛି। ଯାହାରି ଫଳରେ ଅଞ୍ଚଳର ବେଆଇନ ଦେଶୀ ମଦ ରନ୍ଧାଳି ଓ ବେପାରୀଙ୍କ ମଧ୍ୟରେ ଛନକା ପଶିଥିବା ଅଂଚଳରେ ଚର୍ଚ୍ଚା ହେଉଥିବା ପ୍ରକାଶ ପାଇଛି। ଥାନା ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଏ ଏସଆଇ ରମାକାନ୍ତ ସେଠି, ଏ ଏସଆଇ ଶଙ୍କର ୱାଡାକା ସମେତ ପୋଲିସ ବାହିନୀ ଓ ଗୃହରଖି ସାମିଲ ହୋଇ କିରମାହା ଗ୍ରାମ ଚଢ଼ାଉ କରିଥିବା ସୂଚନା ରହିଛି।
ଏହି ଚଢ଼ାଉରେ ମାଟି ତଳେ ପୋତି ରଖିଥିବା ମଦ ରନ୍ଧା ପୋଚ ଜବତ କରି ତଳେ ଢାଳି ନଷ୍ଟ କରି ଜାର ସବୁ ଥାନାକୁ ନେଇଁ ଆସିଥିବା ଥାନା ପକ୍ଷରୁ ସୂଚନା ରହିଛି।

ad-week
Leave A Reply

Your email address will not be published.