ନିଶା ନିବାରଣ କେନ୍ଦ୍ରରେ ନିିର୍ଦ୍ଧୁମ ମାଡ଼: ଯୁବକ ମୃତ, ମାଲିକ ଓ ୨ କର୍ମଚାରୀ ଗିରଫ…

add-all

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ଅତ୍ୟାଚାର ଘଟଣା । ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସର୍ବେଶ୍ୱର । ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ସାଇକୃପା ଡି-ଆଡିକ୍ସନନ୍‌ ସେଣ୍ଟର ମାଲିକ ଓ ୨ କର୍ମଚାରୀ ଗିରଫ ।

ସୂଚନା ଅନୁଯାୟୀ ପୂର୍ବରୁ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସର୍ବେଶ୍ୱରଙ୍କୁ ନିିର୍ଦ୍ଧୁମ ପିଟିଥିଲେ । ଏନେଇ ପଥରବନ୍ଧ ଅଞ୍ଚଳର ଯୁବକଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ମଞ୍ଚେଶ୍ୱର ଥାନାରେ ଏତଲା ହୋଇଥିଲା । ଏନେଇ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ସର୍ବେଶ୍ୱର ବେହେରା କିଛି ଦିନ ହେବ ମଦ୍ୟପାନ କରୁଥିବାରୁ ତାଙ୍କୁ ପରିବାର ଲୋକେ ଗତ ୨୭ ତାରିଖରେ ଭୋଟପଡ଼ାରେ ଥିବା ସାଇକୃପା ଡ଼ିଆଡ଼ିକ୍ସନ କେନ୍ଦ୍ରରେ ଛାଡ଼ିଥିଲେ । ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ ୨୯ ତାରିଖ ରାତି ପ୍ରାୟ ୨ଟା ସମୟରେ କୌଣସି କାରଣକୁ ନେଇ ସର୍ବେଶ୍ବରଙ୍କୁ ୨ଜଣ କର୍ମଚାରୀ ପାଇପ୍‌ରେ ପିଟି ପିଟି ‌ଲହୁଲୁହାଣ କରିଦେଇଥିଲେ। ଏହା ପରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା ।

ad-week
Leave A Reply

Your email address will not be published.