ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା…

add-all

ଭଦ୍ରକ: ଯୁବକଙ୍କୁ ବୀଭତ୍ସ ହତ୍ୟା। ଧାରୁଆ ମାରଣାସ୍ତ୍ରରେ ମୁହଁକୁ ହାଣିଲେ ଦୁର୍ବୃତ୍ତ। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା ଧାମରା ରେଳ ଓଭରବ୍ରିଜ୍‌ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି। ମୃତ ଶରୀର ପଡିରହିଥିବା ବେଳେ ମୃତକଙ୍କ ମୁହଁରେ କ୍ଷତ ଚିହ୍ନ ଦେଖିବା ପାଇଁ ମିଳିଛି।

ତେବେ ଏହି କ୍ଷତ ଧାରୁଆ ମାରଣାସ୍ତ୍ରର ଵୋଲି ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.