ଗୋଟିଏ ବେଞ୍ଚରେ ୨ ପ୍ରଧାନ ବିଚାରପତି…

add-all

ନୂଆଦିଲ୍ଲୀ,୪।୨: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସହ ଶୁକ୍ରବାର ବେଞ୍ଚ ଶେୟାର କରିଛନ୍ତି ସିଙ୍ଗାପୁର ପ୍ରତିପକ୍ଷ ସୁନ୍ଦରେଶ ମେନନ୍‌। ୨୦୧୨ରୁ ସିଙ୍ଗାପୁରର ଚତୁର୍ଥ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ମେନନ୍‌ ଭାରତ ଗସ୍ତରେ ଅଛନ୍ତି।

ଶନିବାର ପାଳିତ ହେବାକୁ ଥିବା ସୁପ୍ରିମକୋର୍ଟର ୭୩ତମ ପ୍ରତିଷ୍ଠା ଦିବସରେ ସେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ‘ପରିବର୍ତ୍ତିତ ବିଶ୍ୱରେ ନ୍ୟାୟପାଳିକାର ଭୂମିକା’ ଉପରେ ବକ୍ତୃତା ଦେବେ। ୧୯୫୦ ଜାନୁୟାରୀ ୨୮ରେ ଭାରତର ସୁପ୍ରିମକୋର୍ଟ କାର୍ଯ୍ୟକ୍ଷମ ହୋଇଥିଲା।

ad-week
Leave A Reply

Your email address will not be published.