ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା…

add-all

ଢେଙ୍କାନାଳ: ଆଜିଠୁ ଯୋରନ୍ଦା ମାଘ ମେଳା । ୧୫୦ ତମ ଯୋରନ୍ଦା ମେଳା ଅବସରରେ ମହିମା ଗାଦିରେ ସାଧୁସନ୍ଥଙ୍କ ଭିଡ଼ । ରାଜ୍ୟ ଓ ରାଜ୍ୟବାହାରୁ ସାଧୁସନ୍ଥ ଆସି ଯୋରନ୍ଦାରେ ପହଞ୍ଚିଛନ୍ତି। ଏଥର ବିନା କଟକଣାରେ ହେବ ଯୋରନ୍ଦା ମେଳା ହେଉଥିବାରୁ ୭ରୁ ୮ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି । ମେଳାରେ ପସରା ମେଲାଇଲେଣି ବ୍ୟବସାୟୀ । ବିଶ୍ୱ ପ୍ରସିଦ୍ଧ ମାଘ ମେଳାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାନୀୟଜଳ, ଟ୍ରାଫିକ ସମସ୍ୟା, ଶୌଚାଳୟ, ପାର୍କିଂ ଆଦିର ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ଦିଆଯାଇଛି।

ତେବେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି । ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ ।

ad-week
Leave A Reply

Your email address will not be published.