୫୦ ଫୁଟ ତଳକୁ ଖସିଲା କାର୍‌, ୩ ଗୁରୁତର

add-all

ଗତକାଲି ବିଳମ୍ବିତ ରାତିରେ ନିଆଳି ଥାନା ବିଲାସୁଣୀ ବଳିକୁଡଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଳିକୁଡଠାରେ ଥିବା କୁଣ୍ଡିମୁହଁ ପୋଲ ଅତିକ୍ରମ କରିବା ପରେ ଏକ କାର୍‌ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ କାର୍‌ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁଣ୍ଡୀ ମୁହଁ ପୋଲ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉ ନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ନିମାପଡ଼। ଅଞ୍ଚଳର ଏକ କାର୍‌ ନିଆଳି ଅଭିମୁଖେ ଆସୁଥିଲା।  ବ୍ରିଜ ଅତିକ୍ରମ କରିବା ପରେ କାର୍‌ଟି ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ୩ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

କୁଣ୍ଡୀ ମୁହଁ ପୋଲ ସଂଯୋଗୀକାରଣ ରାସ୍ତା ନିର୍ମାଣ କାମ ୨୦୦୪ ମସିହାରୁ ଆରମ୍ଭ ହୋଇଥିଲେ ବି ଏଯାଏ ଶେଷ ହୋଇ ପାରୁନି। ଫଳରେ ଅଧିକାଂଶ ସମୟରେ ଏଠାରେ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଉଛି।

ତୁରନ୍ତ ଏହି ରାସ୍ତା କାମ ଶେଷ କରିବାକୁ ଦାବି କରି ସ୍ଥାନୀୟ ଲୋକେ ସକାଳୁ ରାସ୍ତା ଅବରୋଧ କରିଥିଲେ। ଫଳରେ ପୋଲର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ନିଆଳି ତହସିଲଦାର ତଥା ପୁଲିସ୍‌ ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ରାସ୍ତା କାମ ଶେଷ ହେବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଅପରାହ୍ନ ୧ଟା ବେଳେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ad-week
Leave A Reply

Your email address will not be published.