ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ସହିତ ୫ଗିରଫ

add-all

ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା ପୋଲିସ। ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ବେଳେ ଯାଜପୁର ଏସପିଙ୍କ ନିର୍ଦେଶ କ୍ରମେ ବୈରୀ ଥାନା ପୋଲିସ ଚଢ଼ାଉ କରି ୫ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ମୋବାଇଲ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି।

ଗିରଫ ଅଭିଯୁକ୍ତ ମାନେ ଯାଜପୁର, କଟକ, କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ବେଳେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡ଼ିପିଓ ।

ad-week
Leave A Reply

Your email address will not be published.