ଆଠଗଡ଼ ହେପାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପିସିସିଏଫ 

add-all

ଆଠଗଡ଼: ଆଠଗଡ଼ ବନଖଣ୍ଡ ବନବିଭାଗ ହେପାଜତରେ ଅଟକଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ବନବିଭାଗ ହେପାଜତରେ ଜଣଙ୍କ ମୃତ୍ୟୁ ଘଟଣାକୁ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ଏହାର ତଦନ୍ତ ପାଇଁ କଞ୍ଜରଭେଟର ରାଙ୍କ୍‌ର ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି।

ଆଜି ଭିତରେ ତାଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ପିସିସିଏଫ। ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଥାର୍ଡ ଡିଗ୍ରୀରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥାଏ ତାହେଲେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.