ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ…

add-all

ଭୁବନେଶ୍ବର: ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ILBS ହସ୍‌ପିଟାଲରେ ଅପରେସନ୍‌ କରାଯିବ। ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିିଛି। ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ।

ବ୍ୟୟ ବହୁଳ ଅପରେସନ୍‌ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଓଲିଉଡ୍‌ କଳାକାର, ପିଣ୍ଟୁଙ୍କ ଫ୍ୟାନ୍‌ ଏବଂ ସାଧାରଣ ଜନତା ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ପିଣ୍ଟୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ad-week
Leave A Reply

Your email address will not be published.