ସତ୍ୟନଗର ସ୍ଥିତ ୧୨ ମହଲାକୁ ସ୍ଥାନାନ୍ତର ହେଲା ସ୍ମାର୍ଟସିଟି କାର୍ଯ୍ୟାଳୟ…

add-all

ଭୁବନେଶ୍ୱର: ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା। ସତ୍ୟନଗର ସ୍ଥିତ ୧୨ ମହଲା ଵିଶିଷ୍ଠ ଆଇ ସି ଓ ଏମ ସି କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ। ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା। ଏହି କୋଠର ୭ମ ରୁ ୧୨ତମ ମହଲାରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଡେଲଇଟର ଓଡିଶା ଶାଖା ମୁଖ୍ୟ କାର୍ଯ୍ୟାଳୟ କାମ କରୁଛି।

ଖୁବଶୀଘ୍ର ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କାର୍ଯ୍ୟାଳୟ ଏହି କୋଠାର ୩ୟ ଓ ୪ର୍ଥ ମହଲାକୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି। ବର୍ତ୍ତମାନ ସ୍ମାର୍ଟସିଟି କାର୍ଯ୍ୟାଳୟର ଆସବାବପତ୍ର ସ୍ଥାନାନ୍ତର ହେଉଥିବାରୁ ଉକ୍ତ କୋଠାକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।

ad-week
Leave A Reply

Your email address will not be published.