ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର, ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି: ବିଜେଡି

add-all

ବରଗଡ଼: ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି। କେନ୍ଦ୍ରର ଅବହେଳା ନେଇ ପ୍ରେସ୍‌ମିଟରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଏକ କୃଷକ ବହୁଳ ରାଜ୍ୟ। କିନ୍ତୁ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟ୍‌ରେ କଟିଲା ୨୦ ହଜାର କୋଟି ଟଙ୍କା। ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର।

ବଜେଟ୍‌ରେ ବ୍ୟୟବରାଦ ହ୍ରାସରୁ ଚାଷୀ ବିରୋଧୀ ନୀତି ପ୍ରମାଣିତ ହେଉଛି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଉଳ ୮୦ ଭାଗ କମାଇଦେଇଛି। ଓଡ଼ିଶାର ଚାଷୀକୁଳକୁ କେନ୍ଦ୍ର ମରଣଯନ୍ତାକୁ ଠେଲି ଦେଇଥିବା ଅଭିଯୋଗ କରିଛି ବିଜେଡି। ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ଗୁରୁତର ଭାବେ ବାଧାପ୍ରାପ୍ତ ହେବ।

ଓଡ଼ିଶାର ବଳକା ଚାଉଳକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତୁ। ପଶ୍ଚିମ ଓଡ଼ିଶାର ବିଜେପି ସାଂସଦମାନେ ଏନେଇ ନୀରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ବୋଲି ଦାବି କରିଛନ୍ତି।

ad-week
Leave A Reply

Your email address will not be published.