ଜି-୨୦ ରାଷ୍ଟ୍ରବାସୀଙ୍କୁ ଭାରତରେ ମିଳିବ ୟୁପିଆଇ ସୁବିଧା

add-all

ନୂଆଦିଲ୍ଲୀ : ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଜରିଆରେ ଭାରତରେ କିଣାକିଣିର ସୁବିଧା ପାଇବେ ବିଦେଶୀ। ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ ଏନେଇ ଆଜି ଘୋଷଣା କରିଛନ୍ତି। ତେବେ କେବଳ ଜି-୨୦ ରାଷ୍ଟ୍ରବାସୀ ଦେଶର କିଛି ଏୟାରପୋର୍ଟରେ ଏହି ସୁବିଧା ପାଇବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି, ଭାରତରେ ୟୁପିଆଇ ଖୁବ୍ ଲୋକ ହେବାରେ ଲାଗିଛି। ଗତ ୬ ବର୍ଷ ହେବ ଏହାର ଲୋକପ୍ରିୟତା ବିଶେଷ ଭାବେ ବଢ଼ିଛି। ଗତ ଡିସେମ୍ବରରେ ୟୁପିଆଇ କାରବାର ୧୨.୮୨ ଲକ୍ଷ କୋଟି ରେକର୍ଡ ସ୍ତରକୁ ଛୁଇଁଛି। ଯାହାକୁ ନଜରରେ ରଖି ଏବେ ଜି-୨୦ ରାଷ୍ଟ୍ରବାସୀଙ୍କ ସୁବିଧା ନିମନ୍ତେ ୟୁପିଆଇ ବ୍ୟବହାର ବ୍ୟବସ୍ଥାକୁ ପରିବର୍ଦ୍ଧିତ କରାଯାଇଛି।
ସୂଚନା ଥାଉକି, ଚଳିତ ଥର ଭାରତ ଜି-୨୦ ବୈଠକର ପ୍ରତିନିଧିତ୍ୱ କରୁଛି। ତେଣୁ ଦେଶର ବିଭିନ୍ନ ସ୍ଥାନରେ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମକୁ ବୈଦେଶିକ ପ୍ରତିନିଧିମାନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ପ୍ରତିନିଧିଙ୍କ ସୁବିଧା ନିମନ୍ତେ ଭାରତ ଏହି ପଦକ୍ଷେପ ନେଇଛି।
ସେପଟେ ଗତ ମାସରେ ବିଦେଶରେ ରହୁଥିବା ଭାରତୀୟମାନେ ସେମାନଙ୍କ ଅନ୍ତର୍ଜାତୀୟ ମୋବାଇଲ ନମ୍ବରକୁ ୟୁପିଆଇ ନିମନ୍ତେ ବ୍ୟବହାର କରିପାରିବେ ବୋଲି ଘୋଷଣା କରାଯାଇଥିଲା। ଏପ୍ରିଲ ସୁଦ୍ଧା ସେମାନଙ୍କୁ ଏହି ସୁବିଧା ମିଳିପାରେ। ଫଳରେ ସିଙ୍ଗାପୁର, ୟୁଏସ୍, ଅଷ୍ଟ୍ରେଲିଆ, କାନାଡ଼ା, ହଙ୍ଗ କଙ୍ଗ, ଓମାନ, କ୍ୱାତାର, ଆଉଦି ଅରବ, ୟୁଏଇ ଓ ୟୁକେ ପ୍ରଭୃତି ୧୦ ଦେଶରେ ରହୁଥିବା ଏନ୍‌ଆରଆଇମାନେ ଏହାର ସୁଫଳ ପାଇବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.