ଶ୍ୱାସରୁଦ୍ଧ ହୋଇ ଗଲା ୭ ଶ୍ରମିକଙ୍କ ପ୍ରାଣ

add-all

କାକିନାଡା : ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ ଜଣ ଶ୍ରମିକଙ୍କ ପ୍ରାଣ। ତେଲ ଟାଙ୍କି ସଫା କରିବା ବେଳେ ଘଟିଲା ଅଘଟଣ। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରୁ ଆସିଛି ଏଭଳି ଏକ ଦୁଃଖଦ ଖବର।
କାକିନାଡା ପେଦାପୁରମ୍‌ ପଞ୍ଚାୟତ ରାଗମପେଟା। ଆଜି ସକାଳୁ ଏଠାରେ ଥିବା ଅବନ୍ତି ସୁବନ୍ନା ତେଲ କମ୍ପାନୀରେ ତେଲ ଟାଙ୍କି ସଫା କରିବା ପାଇଁ କିଛି ଶ୍ରମିକ ଟାଙ୍କି ଭିତରେ ପସିଥିଲେ। ଏତିକି ବେଳେ ଶ୍ୱାସରୁଦ୍ଧ ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ପେଦାପୁରମ ଜିଲ୍ଲାର ପଡେରୁ ଓ ପେଦାପୁରମର ବାସିନ୍ଦା ବୋଲି ଜଣାପଡିଛି। ଏହି ଘଟଣା ପରେ ଉକ୍ତ ତେଲ କାରଖାନାରେ ଆତଙ୍କ ଖେଳିଯାଇଛି।
ସୂଚନା ମୁତାବକ, ତେଲ ଟାଙ୍କି ସଫା କରିବା ପାଇଁ ପ୍ରଥମେ ଜଣେ କର୍ମଚାରୀ ଟାଙ୍କି ଭିତରକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ଧରି ଫେରିନଥିଲେ। ଏହାପରେ ଅନ୍ୟ ଶ୍ରମିକମାନେ ମଧ୍ୟ ତେଲ ଟାଙ୍କି ଭିତରକୁ ଓହ୍ଲାଇଥିଲେ। ସେଠାରେ ଶ୍ୱାସରୁଦ୍ଧ ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା କୁହାଯାଉଛି। ଉଦ୍ଧାର ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମୃତ ୫ ଶ୍ରମିକ ପଡେରୁର ଥିବା ବେଳେ ୨ ଜଣ ପେଦାପୁରମର ଥିଲେ। ପୁଲିସ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। କମ୍ପାନୀ ତେଲ ଟାଙ୍କ ସଫା କରିବା ବେଳେ ଶ୍ରମିକଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଯୋଗାଇନଥିବା ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.