ଫେବୃଆରୀ ୧୪ରେ ପାଳନ ହେବନି ‘କାଓ ହଗ୍‌ ଡେ’, ପରାମର୍ଶ ପ୍ରତ୍ୟାହାର କଲା କେନ୍ଦ୍ର…

add-all

ନୂଆଦିଲ୍ଲୀ : ଭାଲେଣ୍ଟାଇନ ଡେ’ ବା ଫେବୃଆରୀ ୧୪ରେ ଗାଈକୁ କୁଣ୍ଢାଇବୁ କେନ୍ଦ୍ର ସରକାରଙ୍କ ଗୋଟିଏ ସଂସ୍ଥା ଦେଇଥିବା ପରାମର୍ଶ ଆଜି ପ୍ରତ୍ୟାହାର କରି ନିଆଯାଇଛି। କେନ୍ଦ୍ରୀୟ ସଂସ୍ଥାର କାଓ ହଗ୍‌ ଡେ ଆହ୍ୱାନ ପରେ ସୋଶାଲ ମିଡିଆରେ ଏହାକୁ ତାଚ୍ଛଲ୍ୟ କରି ଅନେକ ପ୍ରକାରର ମେମ୍ସ ଭାଇରାଲ ହୋଇଥିଲା। ଏହାକୁ ଦେଖି କେନ୍ଦ୍ର ସରକାର ଉକ୍ତ ପରାମର୍ଶ ବା ଆହ୍ୱାନକୁ ପ୍ରତ୍ୟାହାର କରି ନେଇଛନ୍ତି।
ବୁଧବାର ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ଭାଲେଣ୍ଟାଇନ ଡେ’ରେ ଗୋଟିଏ ଗାଈକୁ କୁଣ୍ଢାଇବାକୁ ପରାମର୍ଶ ଦିଆଯାଇଥିଲା। ଏହା ବ୍ୟକ୍ତିଗତ ଓ ସାଗ୍ରୀକ ଖୁସି ଆଣିବ ବୋଲି ବୋର୍ଡ କହିଥିଲା। ପ୍ରାଣୀ କଲ୍ୟାଣ ବୋର୍ଡ ଭାରତ ସରକାର ପଶୁ ସମ୍ପଦ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଏହାର ମୁଖ୍ୟ ହେଉଛନ୍ତି ବିଜେପିର ପୁରୁଷୋତ୍ତମ ରୁପାଲ।
ଏବେ ବୋର୍ଡର ସଚିବ ଏସକେ ଦତ୍ତ ଗୋଟିଏ ବିବୃତିରେ କହିଛନ୍ତି, “ଉପଯୁକ୍ତ ଅଧିକାରୀଙ୍କ ସମେତ ମତ୍ସ୍ୟ, ପଶୁପାଳନ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଫେବୃଆରୀ ୧୪ରୁ କାଓ ହଗ ଡେ’ ଭାବେ ପାଳନ କରିବାକୁ ପ୍ରାଣୀ କଲ୍ୟାଣ ବୋର୍ଡ ଦେଇଥିବା ଆହ୍ୱାନକୁ ପ୍ରତ୍ୟାହାର କରାଯାଉଛି।”

ad-week
Leave A Reply

Your email address will not be published.