ଆସନ୍ତା ମେ’ରେ ହେବ ଓଜେଇଇ…

add-all

ଭୁବନେଶ୍ୱର : ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଜେଇଇ ।

କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ www.ojee.nic.in ରେ ଫର୍ମ ପୂରଣ କରିପାରିବେ। ଅନ୍‌ଲାଇନ୍‌ ଆବେଦନ କରିବା ପୂର୍ବରୁ‌ ସେମାନେ ୱେବସାଇଟ୍‌ରେ ଥିବା ସୂଚନା ପତ୍ରିକାକୁ ଭଲ ଭାବେ ପଢ଼ିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.